ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ  bojaayee mondiraa murojo mondre

ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ 
ବିଭୁ ନାମ ଆଜି ଗାଅରେ,
ଗାଅ ନରନାରୀ      ହୃଦୟ-ଯନ୍ତ୍ରେ
ସେ ନାମ ମହିମା ଗାଅରେ     ା ୦ ।

ଗାଏ କୋକିଳ ତାନ ପଞ୍ଚମେ ବିଭୁ ନନ୍ଦନ ଭୁବନେ
ତରୁ ଶିହରେ,           ତଟିନୀ ଧୀରେ
ବିଭୁ ପ୍ରେମାବେଶେ ଧାଏଁରେ    ା ୧ ।

ସବୁ ବିଦ୍ୱେଷ ଦୂରେ ପରିହରି ବିଶ୍ୱ ମଙ୍ଗଳେ ମାତି,
ସବୁଠୁ ଉଠୁଛି ଯେ ଭାବର ଗାନ ସେହି ସଙ୍ଗୀତେ ମାତି,
ଆରେ ପରାଣ        ମୁଗ୍ଧ ଅବଶ
ନବ ଉଦ୍ୟମେ ଉଠରେ,
ବିଭୁ ଗୌରବ         ଆସରେ ସର୍ବେ
ଆଜି ନବ ଭାବେ ଗାଅରେ      ା ୨ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *

One thought on “ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ  bojaayee mondiraa murojo mondre”