ଜୟ ଯୁବାମେଷ ଯୀଶୁ ଜଗତ ଜୀବନ, jaya jubamesho jishu jagata jibana

ଜୟ ଯୁବାମେଷ ଯୀଶୁ ଜଗତ ଜୀବନ,
ବିଶ୍ୱଜନ-ମନ-ମୋହନ ମନ୍ତର ତୁମ୍ଭ ସୁଧାମୟ ନାମ । ଘୋଷା ।


ପାପୀ-ଆଶାଘର ପ୍ରେମ ଅକୂପାର ଦୀନ ଦରିଦ୍ର ଶରଣ,
ଯୋଗୀ-ଜପମାଳ ରଙ୍କ-ରତ୍ନଥାଳ, ଅନନ୍ତ ଜୀବନ ଧନ । ୧ ।


ନିରାଶ-ପରାଣ-ଆଶା-ଉଦ୍ଦୀପନ ସମୃଦ୍ଧି ସୁଖସଦନ,
ଦୁଃଖୀ ଦୁଃଖ-ବୁହା ପାପ-ପଙ୍କଧୁଆ, ଜୟ ତ୍ରିଲୋକପାବନ । ୨ ।


ଦିଅ ଦରଶନ ହେ ଜୀବଜୀବନ ମୁଁ ଯେ ଅତି ଅକିଞ୍ଚନ,
 ସନ୍ତାପହରତା ତ୍ରିଏକ ବିଧାତା, ପୂର୍ଣ୍ଣ କର ମନସ୍କାମ । ୩ ।

 

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *