mono kara probhu stobo gaano pujaa

ମନ, କର ପ୍ରଭୁ ସ୍ତବ ଗାନ ପୂଜା;
ସେ ମହାମହିମ ସର୍ବଶକ୍ତିମାନ ଗୌରବବିଶିଷ୍ଟ ରାଜା । ଘୋଷା ।
 
ପ୍ରଭୁ ସ୍ତବ କର, ଆରେ ମନ ମୋର, କରନ୍ତି ସର୍ବ ଶାସନ,
କରୁଣା କରି ସେ କରନ୍ତି ତୋହର ଅସଂଖ୍ୟ ପାପ ମୋଚନ । ୧ ।
 
ପ୍ରଭୁ ସ୍ତବ କର ଆରେ ମନ ମୋର, ସେ କଲେ ତବ ସୃଜନ,
ତାବତ ରୋଗ ସେ କରି ଉପଶମ କରନ୍ତି ତୋର ପାଳନ । ୨ ।
 
ପ୍ରଭୁ ସ୍ତବ କର, ଆରେ ମନ ମୋର, ସେ କରି କରୁଣା ଦାନ,
ବୃଷ୍ଟିରୂପ ବର୍ଷାଇଣ ପ୍ରେମ-ଧନ କରନ୍ତି ତୃପ୍ତ ତୋ ମନ । ୩ । 
 
ପ୍ରଭୁ ସ୍ତବ କର ଆରେ ମନ ମୋର, ନ ପାସୋର ତାଙ୍କ ପ୍ରେମ,
ଆହେ ସର୍ବପ୍ରାଣୀ, କରି ଜୟଧ୍ୱନି ଗାନ କର ପ୍ରଭୁ ନାମ । ୪ ।

Leave a comment

Your email address will not be published. Required fields are marked *