ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର
ଅଭାବ ମୋହର କରିବେ ସେ ଦୂର,
କି ହେତୁ ହେବି ମୁଁ ଚିନ୍ତାରେ କାତର । ଘୋଷା ।
ସକଳ ପଥ ମୋର, ଅବସ୍ଥା ଆବର ଅଟେ ତାଙ୍କୁ ଗୋଚର,
ଦୁର୍ଦ୍ଦଶା କାଳରେ ହୋଇବେ ସଙ୍ଗରେ ନାଶିବେ ମନରୁ ଆପଦର ଡର । ୧ ।
ପିତାମାତା ଭ୍ରାତାଦି ଯେତେକ ସ୍ୱଜାତି ଛାଡ଼ିଲେ ନାହିଁ ଭୀତି,
ରଖିବେ ଆବୋରି ସ୍ୱବାହୁ ବିସ୍ତାରି ନ କରିବେ ମୋତେ ଛାମୁରୁ ଅନ୍ତର । ୨ ।
ପାପରୂପ ଗରଳ ସଂସାର ଜଞ୍ଜାଳ କଲେ ମୋତେ ବିଭୋଳ,
ଦୁଇର ଅନଳ କରିବେ ଶୀତଳ ଢାଳି ମୋ ଉପରେ ସ୍ୱର୍ଗୀୟ ଶିଶିର । ୩ ।
ନ ଛାଡ଼ି କୁବାଟରେ ଅଡ଼ାଇ ସୁସ୍ୱରେ ନେବେ ନିଜ ପଲରେ
ଅମୃତ ନିର୍ଝର ଜୀବନ ଆହାର ଭୋଜନ ପାନାର୍ଥେ ଦେବେ ନିରନ୍ତର । ୪ ।
ନିଜ ନାମ ସକାଶେ ଉଦ୍ଧାର କରିବେ ସ୍ୱପୁରେ ବାସ ଦେବେ
ଆରେ ମନ ମୋର ତୋ ଚିନ୍ତାର ଭାର ଦେଇ ତାଙ୍କ ହସ୍ତେ ହୁଅ ତୁ ସୁସ୍ଥିର । ୫ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
6 thoughts on “ଅନାଦି ଈଶ୍ୱର, ଦୟାର ସାଗର, ପାଳକ ସଦା ମୋର anaadi ishwara doyaa ro saagara”
Please add the a new song …jeebana eka lamba rasta prabhure na chaile hebi hinasta… lirics ,singer prem Nigar…..
thank you sir, we will add as soon as possible
Anil Mallick
I love
Ramesh Majhi