huo hai probhu sohaayo moro

ହୁଅ ହେ ପ୍ରଭୁ ସହାୟ ମୋର
ଅନନ୍ତ ଜୀବନ ପଥେ ତୁମ୍ଭର । ଘୋଷା ।   

ଚାଲୁ ଚାଲୁ ପ୍ରଭୁ ପଥେ ତୁମ୍ଭର,
ଘେରଇ ଆପଦ ବହୁ ଜଞ୍ଜାଳ    ା ୧ ।

ସେ ପଥ ସଂକୀର୍ଣ୍ଣ ଦୁର୍ଗମ ଦ୍ୱାର,
ପ୍ରତିଦିନ ଘଟେ ଘୋର ସମର । ୨ । 

ଶତ୍ରୁ ଶୟତାନ ସେ ବଳୀୟାର,
ସିଂହ ପ୍ରାୟେ ଘୋର ଗର୍ଜନ ତାର । ୩ । 

ମହା ପ୍ରଜ୍ଜ୍ୱଳିତ ବାଣ ତାହାର,
ଘନ ଘନ ଆସି ବାଜେ ହୃଦର । ୪ ।

ଧର୍ମେ ଟଳ ଟଳ ମୁହିଁ ଦୁର୍ବଳ,
ସ୍ୱର୍ଗୀୟ ଭକ୍ଷରେ ସବଳ କର । ୫ ।

ତୁମ୍ଭ ବାହୁବଳ ହେଉ ମୋ ଢାଲ,
ସଦା ସର୍ବକ୍ଷଣେ ହୁଅ ସଙ୍ଗର । ୬ ।

Leave a comment

Your email address will not be published. Required fields are marked *