jishu hai tumori korunaa daane

ଯୀଶୁ ହେ, ତୁମରି କରୁଣା ଦାନେ
ଜଗାଅ ମୋହନ ଛବି ଗୋପନେ,
ନିତି ନିତି ନବ ପ୍ରେମର ଦୀପ କାଳିମା ବୋଳା ଏହି ସମାଜେ ପ୍ରାଣେ
ଜଳାଅ ପ୍ରଭୁ ତବ ସମାଜ ପ୍ରାଣେ    ା ଘୋଷା ।

ଯୀଶୁ ହେ ଜୀବନ ଜୀବଧାରୀ,
ପତିତପାବନ ପାପହାରୀ,
ଯୀଶୁ ହେ ଆସ, ହୃଦୟେ ବସ,
ଦିଅହେ ପ୍ରିୟ ଧର୍ମ-କିରଣ,
ମାଗୁଁ ଆଜି ଏହି ବର-ପ୍ରିୟ ହେ ପ୍ରିୟ,
ପରଶ ଦିଅ ଏହି ମିଳନେ  ା ୧ ।

ପାପରେ ପତିତ ଏ ଜୀବନ,
ପାପର ଶୃଙ୍ଖଳେ ବନ୍ଦୁଆନ,
ଯୀଶୁ ହେ, ଆସ, ପାପାତ୍ମା ନାଶ, ମୁକ୍ତ କରି ଗୁପ୍ତ ଫାଶ
ଆଣ ଆଜି ଜାଗରଣ ହେ ଆମ ତ୍ରାଣ,

ଆଶିଷ ଦାନେ ଏହି ମିଳନ       ା ୨ ।

Leave a comment

Your email address will not be published. Required fields are marked *

One thought on “jishu hai tumori korunaa daane”