ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ । ଘୋଷା ।
ଯେ ମୋତେ କରିଲେ ସୃଷ୍ଟି, ରଖିଛନ୍ତି ଦୟା ଦୃଷ୍ଟି
ଦିବା-ନିଶି ମୋର ପ୍ରତି, ଜାଣଇ ମୁହିଁ । ୧ ।
ମୋର ମଙ୍ଗଳ କାରଣ ଯାହା ଅଟେ ପ୍ରୟୋଜନ
ତାଙ୍କ ଇଚ୍ଛାରେ ପ୍ରଦାନ କରନ୍ତି ସେହି । ୨ ।
ଜନ୍ମକାଳୁ ଏପର୍ଯ୍ୟନ୍ତ ଯାହାଙ୍କ ଦ୍ୱାରା ରକ୍ଷିତ
ଭବିଷ୍ୟତେ ସେ ନିତାନ୍ତ ଭୁଲିବେ ନାହିଁ । ୩ ।
ତାଙ୍କଠାରେ ଆଶ୍ରା ନେଇ ନୋହିଛି ନିରାଶ କେହି,
ତେବେ ବ୍ୟର୍ଥରେ କିପାଇଁ ଚିନ୍ତିତ ମୁହିଁ ? । ୪ ।
ଚିନ୍ତା କରି ସବୁ ଭାର ନ ଦେଇ ପ୍ରଭୁ ପୟର,
ପାଇଛି କେହି ମଙ୍ଗଳ ଜାଣୁ କି ତୁହି ? । ୫ ।
ସର୍ବ ଚିନ୍ତା ପରିହରି ପ୍ରଭୁରେ ନିର୍ଭର କରି,
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.