potho dekhaao hai bhobo oronyo modhyore

ପଥ ଦେଖାଅ ହେ ଭବ-ଅରଣ୍ୟ ମଧ୍ୟରେ ।

ଏ ଘୋର ବିପିନ, ନାହିଁ କାହିଁ ତ୍ରାଣ ତୁମ୍ଭ ବିନୁ ଅନ୍ୟଠାରେ । ଘୋଷା ।

କେହି ନାହିଁ ଆଶା, କରିଛି ଭରସା ପ୍ରଭୁ ହେ ତୁମରିଠାରେ,

ଏ ଘନ ବନରେ ଥାଇ ମୋ ସଙ୍ଗରେ ରଖ ହେ ଦିବାନିଶିରେ । ୧ । 
 
କି ଅନ୍ଧ ତମସ, ଲାଗେ ମହାତ୍ରାସ, ବିଘ୍ନ ପଡ଼େ ବାରେ ବାରେ,
ମହାବଳୀ ପ୍ରଭୁ, ଦୂର କର ସବୁ, ସାହସ ଦିଅ ମନରେ । ୨ । 
 
ହସ୍ତ ଧରି ପ୍ରଭୁ ସୁପଥେ ଚଳାଅ ନିରୂପିତ ସୀମା ଯାଏ,

ପହଞ୍ଚି ସେଠାରେ ଅତି ଆନନ୍ଦରେ ପ୍ରଶଂସିବି ନିରନ୍ତରେ । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *