aahaa re potito mono

ଆହାରେ ପତିତ ମନ,

ନ କଲୁ ଦିନେ ଭାବନ, ଅକାରଣେ ଗଲା ଦିନ । ଘୋଷା । 

 

ତୋ ଜୀବନର ପ୍ରଭାତ ଆସି ହେଲାଣି ସମାପ୍ତ,

ତ୍ରାଣକର୍ତ୍ତା ଅନୁଗ୍ରହ ନ କଲୁ ତୁ ଆସ୍ୱାଦନ । ୧ । 

 

ତୋ ଜୀବନ ଯାତ୍ରା ମଧ୍ୟେ ସରିଲାଣି ଆସି ଅଧେ,

ଏ ଯାଏଁ ନାହିଁ ଆରମ୍ଭ ପରିତ୍ରାଣର ସାଧନ । ୨ ।

 

 ତୋର ମଧ୍ୟାହ୍ନ ସମୟ ବୃଥାରେ ହୋଇଲା ବ୍ୟୟ,

ମୃତ୍ୟୁର ରଜନୀ ଧାଇଁ ଆସଇ ଏବେ ବହନ । ୩ । 

 

ତୋ ଜୀବନ-ବୃକ୍ଷ ମୂଳେ ଦିନକୁ ଦିନ ପାହାରେ,

ଦିବା ରାତ୍ରିର କୁହ୍ରାଡ଼ି ହାଣୁଥାଏ ନିଶି ଦିନ । ୪ ।

ଏମନ୍ତ କ୍ରମେ କ୍ରମଶେ ହାଣି ତାକୁ ଅବଶେଷେ,

ପୋତିବେ ନେଇ କବରେ, ରହିବୁ ନାରବ ସ୍ଥାନ । ୫ ।

ଆହେ ପ୍ରଭୁ, ମୁହିଁ ଯେହ୍ନେ ଲଗାଇବି ମନଧର୍ମେ 

ଏଣୁ ମୋତେ ଶିକ୍ଷା ଦିଅ ଗଣିବାକୁ ମାସ ଦିନ । ୬ ।

Leave a comment

Your email address will not be published. Required fields are marked *