aaso hai hrudoyo sokhaa hrude kara adhistano

ଆସ ହେ ହୃଦୟ-ସଖା ହୃଦେ କର ଅଧିଷ୍ଠାନ,

ନିରେଖି ମନ ଆଖି ତୃପ୍ତ ରହୁ ଚିରଦିନ । ଘୋଷା ।

ଅନ୍ତରେ ବିତର ଯୀଶୁ ପ୍ରେମ ଭକ୍ତି ଧର୍ମଜ୍ଞାନ,

ତୁମ୍ଭ ପଦେ ମତି ମୋର ରହିଥାଉ ଅନୁକ୍ଷଣ । ୧ । 

 

ଶୟତାନ ପ୍ରବଞ୍ଜନା କୁଟିଳ କୁତର୍କ ନାନା

ତୁମ୍ଭରେ କରି ପ୍ରାର୍ଥନା ଦୂର କର ହେ ବହନ । ୨ ।

ନୂଆ ଜନ୍ମ ପରିତ୍ରାଣ କର ହେ ପ୍ରଭୁ ପ୍ରଦାନ,

ବୋଲି ଯୀଶୁ ଖ୍ରୀଷ୍ଟ ନାମ ପାଗଳ ହେବି ଯେସନ । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *