aaso hai jalla nikote trushito

ଆସ ହେ ଜଳ ନିକଟେ ତୃଷିତ,

ଅମୃତ ନିର୍ଝର ଉଚୁଳି ଉଠୁଛି ଅନନ୍ତ ଜୀବନ ସ୍ରୋତ । ଘୋଷା ।

ଆତ୍ମା ଆଉ କନ୍ୟା କରନ୍ତି ଆହ୍ୱାନ, ଆସ ଆସ ହେ ବହନ,

ଯେ ଶ୍ରବଣ କରେ ସେହି ବୋଲୁ ଆସ, ଆସ ପ୍ରତ୍ୟେକ ତୃଷିତ । ୧ । 

 

ଦେଖ ଦେଖ ତ୍ରାଣ-ପର୍ବତ ଶୃଙ୍ଗରୁ ଉଛୁଳି ଉଠୁଛି ଝର,

ତୃଷା ଦୂର କରେ, ସ୍ୱାସ୍ଥ୍ୟ ଦାନ କରେ, ତୃପ୍ତ କରେ ଅବିରତ । ୨ । 

 

ବିନାମୂଲ୍ୟେ ଜଳ ହୁଅଇ ପ୍ରଦାନ, ଧନ ନୁହେଁ ପ୍ରୟୋଜନ,

ଦୁଗ୍ଧ ଆଉ ମିଷ୍ଟ ଦ୍ରାକ୍ଷାରସ କିଣ ତୃଷା ହୋଇବ ନିବୃତ୍ତ । ୩ ।

ଅଖାଦ୍ୟ ଦ୍ରବ୍ୟ ନିମିତ୍ତ କିମ୍ପା ବ୍ୟର୍ଥେ କରୁଅଛ ପରିଶ୍ରମ,

ଆତ୍ମା ମନ ଯହିଁ ତୃପ୍ତ ନ ହୁଅଇ ତା ପାଇଁ କିମ୍ପା ଭାବିତ । ୪ ।

Leave a comment

Your email address will not be published. Required fields are marked *