ଅରୂପ ରୂପ ଦୃଶ୍ୟ ହୋଇଲେ, arupo rupo drushya hoile

ଅରୂପ ରୂପ ଦୃଶ୍ୟ ହୋଇଲେ,
ଅନୁଗ୍ରହ ସତ୍ୟତାରେ ପୂର୍ଣ୍ଣ ହୋଇ ଅଇଲେ । ଘୋଷା । 

କାଳବଳେ ଅନାୟତ୍ତ ଥିଲା ସକଳ ଜଗତ,
ନିଜେ ମୃତ୍ୟୁଭୋଗ କରି କାଳକୁ ସେ ନାଶିଲେ । ୧ । 

ସତ୍ୟ, ଶାନ୍ତି, ଦୟା, କ୍ଷମା ଅଦ୍ଭୁତ ଗୁଣ ମହିମା ଦେଖାଇ 
ଈଶ୍ୱର ଗୁଣ ସତ୍ୟ ଧର୍ମ ସ୍ଥାପିଲେ । ୨ ।

ସେ ଧର୍ମେ ବିଶ୍ୱାସୀ ଜନ ଅନ୍ତରେ ଖେଦ, କ୍ରନ୍ଦନ
କରି ଖ୍ରୀଷ୍ଟେ ନିବେଦନ ଶୁଦ୍ଧ ଚିତ୍ତ ପାଇଲେ । ୩ ।

ଧନ ମାନ ସଂସାରକୁ ପକାଇ ସବୁ ପଛକୁ
ଖ୍ରୀଷ୍ଟ-ପ୍ରେମ-ପିୟୁଷକୁ ଚାଖି ତୃପ୍ତ ହୋଇଲେ । ୪ ।

ଯାଇ ଅମର ଭୁବନ ଅରୂପ ରୂପ ଦର୍ଶନ ପାଇ 
ନିତ୍ୟ ବିଶ୍ରାମକୁ ମହାନନ୍ଦେ ରହିଲେ । ୫ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *