ଗାୟନ କର ଆନନ୍ଦେ ମନ,
ଖ୍ରୀଷ୍ଟଙ୍କ ମରଣେ ତୋର ସମ୍ପୂର୍ଣ୍ଣ ତ୍ରାଣ । ଘୋଷା ।
ତୋର ପରିତ୍ରାଣ ପାଇଁ ଆଉ କିଛି ଲୋଡ଼ା ନାହିଁ,
ପୂର୍ଣ୍ଣ ଆୟୋଜନ ଖ୍ରୀଷ୍ଟ ମରଣେ ଜାଣ । ୧ ।
ନାହିଁ କି ତୋ ପୂଣ୍ୟକର୍ମ ତୁହି ପାପୀରେ ଅଧମ ?
ଖ୍ରୀଷ୍ଟ ଅଟନ୍ତି ତୋହର ପୁଣ୍ୟ ନିଧାନ । ୨ ।
କହୁ କି ତୋହରି ପାଇଁ ଖ୍ରୀଷ୍ଟ ହୃଦେ ସ୍ଥାନ ନାହିଁ ?
ସବୁ ପାପୀ ଆସିଲେ ହିଁ ଥିବଟି ସ୍ଥାନ । ୩ ।
ଭାବୁ କି ଖ୍ରୀଷ୍ଟଙ୍କ ରକ୍ତ ହୋଇଛି ଗୁଣ ରହିତ ?
କେବେ ତା’ର ତ୍ରାଣଗୁଣ ନୁହେଁ ହରଣ । ୪ ।
ଯେଯାଏ ଥାଏ ଜୀବନେ ଜଗତରେ ପାପୀ ଜଣେ
ସେଯାଏ ସେ ତ୍ରାଣଗୁଣ ଥିବ ସମାନ । ୫ ।
ଏଣୁ ଯେବେ ପାପ ତୋର ହୁଏ ପର୍ବତ ଆକାର
ନିଶ୍ଚୟ ହୋଇବ ନାଶ ଏ କଥା ଜାଣ । ୬ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.