he dharmaatmaa binoyo gheno

ହେ ଧର୍ମାତ୍ମା, ବିନୟ ଘେନ,

ବିନୟ ଘେନି ମୋ ମନେ ହୁଅ ବିଦ୍ୟମାନ । ଘୋଷା ।

ଆସ ଦୀପ୍ତି ସମ, ନାଶ ମୋର ହୃଦୁଁ ସବୁ ଦୁଷ୍କୃତ ତମ,

ତବ ଦୀପ୍ତିରେ ମୋ ପ୍ରାଣ ହେଉ ସଦା ଦୀପ୍ତିମାନ,

ପାପ, କ୍ଷତି, ଶୟତାନ ନ କରୁ ତା ବିନାଶନ । ୧ ।

ଆସ ଅଗ୍ନି ସମ, ହୃଦେ ପ୍ରବେଶି ସମ୍ପୂର୍ଣ୍ଣ କର ଶୋଧନ,

ପୁନର୍ଜନ୍ମ ସୁଲକ୍ଷଣ ତହିଁ କର ପ୍ରକାଶନ,

ହେଉ ତା ତୁମ୍ଭର ରାଜ୍ୟ କର୍ତ୍ତାପଣର ଆସନ । ୨ । 

 

ଶିଶିର ପ୍ରମାଣ ହେ ସୁସ୍ଥିର ଆତ୍ମା ହୃଦେ ହୁଅ ପତନ,

ସେହି ଅନୁର୍ବର ପ୍ରାଣ, ଉର୍ବରା ଭୂମି ସମାନ

ତବ ଗ୍ରାହ୍ୟ ଯୋଗ୍ୟ ଫଳରେ କର ସଦା ଫଳବାନ । ୩ ।

ଆସ କାପ୍ତାସମ, ଆସ ପ୍ରେମ-ଶାନ୍ତି-ପକ୍ଷ କରି ବିସ୍ତୀର୍ଣ୍ଣ,

ମୋ  ମୁଣ୍ଡେ ତବାଧିଷ୍ଠାନ ସୌନ୍ଦର୍ଯ୍ୟ କରୁ ବର୍ଦ୍ଧନ,

ଯେହ୍ନେ ମଣିବି ସଦା ମୁଁ ତବ ଅଭିଷିକ୍ତ ଜନ । ୪ ।

Leave a comment

Your email address will not be published. Required fields are marked *