he sarvadesiyo maanobo gono

ହେ ସର୍ବଦେଶୀୟ ମାନବଗଣ,

କର ଯିହୋବାଙ୍କ ପ୍ରଶଂସା ଗାନ,

ତାହାଙ୍କ ଗୌରବଯୁକ୍ତ ସିଂହାସନ ଛାମୁରେ କର ସମ୍ଭ୍ରମ ପ୍ରଣାମ ା ଧ୍ରୁବ । 

ସେହି ପ୍ରଭୁ ଅଟନ୍ତି ହୁଅ ଜ୍ଞାତ,

ଅସୀମ ଜ୍ଞାନଯୁକ୍ତ ପରାକ୍ରାନ୍ତ,

ସେହି ପାରନ୍ତି କରିବାକୁ ନିର୍ମାଣ,

ସେହି ପାରନ୍ତି କରି ବିନାଶନ     ା ୧ ।

 

ଆମ୍ଭେମାନେ ନୋହୁଁ ଯେ ଆତ୍ମସୃଷ୍ଟ,

ସେହି କରିଅଛନ୍ତି ରୂପବନ୍ତ

ପ୍ରକାଶି ଅସୀମ ଜ୍ଞାନ ପରାକ୍ରମ,

ଧୂଳିରୁ ଶରୀର କଲେ ନିର୍ମାଣ । ୨ ।

 

ଆମ୍ଭେମାନେ ତାହାଙ୍କ ଲୋକଗଣ ଅଥବା ତାଙ୍କ ମେଷପଲ ଜାଣ,

ମେଷ ତୁଲ୍ୟ କଲେ ବିପଥେ ଗମନ,

ଖୁଆଡ଼େ ଫେରାଇ ଆଣନ୍ତି ପୁଣ । ୩ ।

 

ଆସ ଆନନ୍ଦେ ଆସ ସର୍ବ ପ୍ରାଣୀ,

କର ତାଙ୍କ ମନ୍ଦିରେ ଜୟଧ୍ୱନି,

ଧନ୍ୟବାଦ-ପ୍ରଶଂସା-ସୁଗନ୍ଧି ଧୂପେ କର ତାଙ୍କ ମନ୍ଦିର ପରିପୂର୍ଣ୍ଣ   ା ୪ ।

 

ସେହି ମଙ୍ଗଳଦାୟକ ଈଶ୍ୱର,

ଚିରକାଳସ୍ଥାୟୀ କୃପା ତାଙ୍କର,

ସତ୍ୟତା ତାଙ୍କର ଅଟଇ ଅଟଳ,

ଅତ୍ୟନ୍ତ ଦୃଢ଼ ପର୍ବତ ପ୍ରମାଣ   ା ୫ ।

Leave a comment

Your email address will not be published. Required fields are marked *