ହୃଦୟ କଥା ମରମ ବ୍ୟଥା
ଜାଣିବ କିଏ ଆଉ ପ୍ରାଣ ଦେବତା । ଘୋଷା ।
ସାରାଟି ଜୀବନ ବହିଣ ଯାଏ,
ସାଧନ ଭଜନ ମୋର ବିଫଳ ହୁଏ,
କରି ପରଶ କର ହରଷ
ଜୀବନ ମୋ ଆହେ ପାପ ହରତା । ୧ ।
ତୁମ୍ଭ ଦେଖା ପାଇଁ ଆସିଛି ଧାଇଁ,
ପାଏ କି ନ ପାଏ ଭୟ ହୁଅଇ,
ପଛେ ବା ଶୂନ୍ୟ ହୃଦୟେ ଫେରିବି ପୂର୍ବ ପରାଏ,
କୁହ ପ୍ରାଣ ଶାନ୍ତି ରାୟେ ଶାନ୍ତି ବାରତା । ୨ ।