kaha thaaku probhu jibi kaa thaku

କାହାଠାକୁ ପ୍ରଭୁ ଯିବି କା’ଠାକୁ, ତୁମ୍ଭ ବିନା ଯିବି ମୁଁ କେଉଁଠାକୁ ?

ତୁମ୍ଭ ଶ୍ରୀବଚନ ଅନନ୍ତ ଜୀବନ, କେଡ଼େ ସୁମିଷ୍ଟ ଲାଗେ ମୋ ମନକୁ । ଘୋଷା ।

ତୁମ୍ଭେ ଅମରେଶ୍ୱରଙ୍କ ତନୟ, ମର୍ତ୍ତ୍ୟପୁରେ ହୋଇଅଛ ଉଦୟ,

ଏହା ପ୍ରତ୍ୟୟରେ ଜାଣେ ନିଶ୍ଚୟରେ, ତେବେ କିପାଁ ଯିବି ମୁଁ ଅନ୍ୟଠାକୁ ?

ଆରୋଗ୍ୟକାରୀ କିରଣବିଶିଷ୍ଟ, ଉଦୟ ହୋଇଛ ତୁମ୍ଭେ ହେ ଖ୍ରୀଷ୍ଟ,

ଛାଡ଼ି ମୁଁ ତୁମ୍ଭଙ୍କୁ ଯିବି କାହାଠାକୁ, ଯିବି କି ଫାରୁଶୀମାନଙ୍କଠାକୁ ?

ତୁମ୍ଭେ ଶୁଷ୍କଭୂମିରେ ଜଳସ୍ରୋତ, କ୍ଳାନ୍ତ ଜନ ପ୍ରତି ଅଟ ପର୍ବତ,

ଜଳପାନ ହେତୁ ଯିବି କାହାଠାକୁ, ଛାୟା ହେତୁ ଯିବି କା’ ଉହାଡ଼କୁ ? । 

 

ବ୍ୟବସ୍ଥା ଭବିଷ୍ୟଦ୍ ବଚନ ସାର, ତୁମ୍ଭେ ଅଟ ହେ ଈଶ୍ୱର କୁମର,

ଛାଡ଼ି ମୁଁ ତୁମ୍ଭଙ୍କୁ ଯିବି କାହାଠାକୁ, କେହି ନ ଦିଶଇ ମୋର ଚକ୍ଷୁକୁ । ୪ । 

 

ତୁମ୍ଭେ ପାପବାହକ ଯୁବାମେଷ, ଭୋଗିଅଛ ମୋର ସନ୍ତାପ କ୍ଳେଶ,

ତେବେ ମୁଁ କିପାଇଁ ପାପ ବୋଝ ବହି, ପାପ-ସ୍ରୋତେ ଭାସିଯିବି ନର୍କକୁ । ୫ ।

 

 ଅଇଲେ କ୍ଳେଶ ପରୀକ୍ଷା ନିକଟେ, ଅଥବା ପଡ଼ିଲେ ଘୋର ସଙ୍କଟେ,

ତବ ଶ୍ରୀଛାମୁଁକୁ ଟାଣ ମୋ ମନକୁ, ତୁମ୍ଭ ବିନା ନ ଯିବି ଅନ୍ୟଠାକୁ । ୬ ।

Leave a comment

Your email address will not be published. Required fields are marked *