ki budhi koribi keu thaaku jibi

କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା  ଆଗେ କହିବି,

ଅନ୍ତର ବେଦନା, ମନର ଭାବନା,

ହୃଦଫେଡ଼ି କାହା ଆଗେ ଜଣାଇବି ? ଘୋଷା ।

କେ ନେବ ମୋ ଦୁଃଖ, ଦେବ ମୋତେ ସୁଖ ହୋଇ ପ୍ରସନ୍ନମୁଖ,

ମୋ ଚିନ୍ତାର ଭାର ପାପ ଦୁରାଚାର ଖଣ୍ଡିବାକୁ କାହା ପାଦେ ମୁଁ ଥୋଇବି ?

ମୋ ମତି ଚଞ୍ଚଳ, ତଡ଼ିତୁଁ ଚପଳ, ଭ୍ରମୁଥାଏ ତ୍ରିକାଳ,

ମୋର ନାହ ିଁବଳ, ମୁଁ ଅତ ିବିକଳ, କାହାବଳେ ତାକୁ ସୁସିର୍ଥ କରବିି ?

ଜନ୍ମରୁ ପତିତ, ପାପରେ ବିଲିପ୍ତ, କର୍ମରେ କଳଙ୍କିତ,

ଏଥିରୁ ମାର୍ଜ୍ଜିତ, ହେବାକୁ ବିମୁକ୍ତ, କାହା ପୂଣ୍ୟବଳେ ଶରଣ ପଶିବି ?

ଭାବି ମୋ ଦୁର୍ଦ୍ଦଶା, ହୋଇ ନିର୍ଭରସା, ଖୋଜିଲି ସତ୍ୟ ଆଶ୍ରା,

ପାଇଲି ଯୀଶୁଙ୍କୁ, ପାପୀଙ୍କ ବନ୍ଧୁଙ୍କୁ, ଜାଣିଲି ମୁଁ ତାଙ୍କ ମରଣେ ବଞ୍ôଚବି । ୩ । 

 

ହେ ଯୀଶୁ ଈଶ୍ୱର, ଦୟାର ସାଗର, କେଡ଼େ ପ୍ରେମ ତୁମ୍ଭର !

ମୋ ପାପ କାରଣ ଦେଲ ନିଜ ପ୍ରାଣ, ଏ ଅଦ୍ଭୁତ ପ୍ରେମ କାହୁଁ ମୁଁ ପାଇବି ?

ମୋର ଦେହ ପ୍ରାଣ, ବୁଦ୍ଧି ଆତ୍ମା ମନ, କଲି ପାଦେ ଅର୍ପଣ,

ତୁମ୍ଭ ପୁଣ୍ୟବଳେ ନଷ୍ଟ ନୋହି କେବେ, ଶେଷ ମହାଦିନେ ଗୌରବେ ଉଠିବି । ୪ ।

Leave a comment

Your email address will not be published. Required fields are marked *