ki ehi chaaro jagatara heture

କି ଏହି ଛାର ଜଗତର ହେତୁରେ 

ମୋର ଆତ୍ମା ହଜାଇବି ପାପରେ ? ଘୋଷା ।

ଏତ ଅନିତ୍ୟ ଜଗତ, ଜାଣ ପ୍ରତିବିମ୍ବ ମତ,

ତାର ସୁଖ ସର୍ବ ସ୍ୱପ୍ନ ପରିରେ । ୧ । 

 

ବହୁମୂଲ୍ୟ ଆତ୍ମା ମୋର, ହେବ ଏ କି ତୁଲ୍ୟ ତାର,

କୋଟି କ୍ଷିତି ହୁଏ ତୁଚ୍ଛ ମୂଲ୍ୟରେ । ୨ ।

ସାଦୃଶ୍ୟେ ସୃଷ୍ଟିକର୍ତ୍ତାର ସୃଷ୍ଟି ହୋଇଛି ତାହାର,

କେତେ ବୁଦ୍ଧି ଜ୍ଞାନ ପୂର୍ଣ୍ଣ ତହିଁରେ । ୩ ।

ମୁକ୍ତି ମୂଲ୍ୟାର୍ଥେ ତାହାର କି ଦୁଃଖେ 

ଯୀଶୁ ମୋହର କଲେ ନିଜ ରକ୍ତପାତ କ୍ରୁଶରେ । ୪ ।

ନାହିଁ ନାହିଁ କଦାଚନ ହେବି ମୁଁ ଏଡ଼େ ଅଜ୍ଞାନ,

କି ଲାଭ ହେବ ଜଗତ ପ୍ରାପ୍ତିରେ ?

 

ଯାଉ ଜଗତ ସମ୍ପତ୍ତି, ତହିଁରେ ମୋର କି କ୍ଷତି,

ଖ୍ରୀଷ୍ଟ ହିଁ ଅଟନ୍ତି ସବୁ ସବୁରେ । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *