mondo moti naahin ki mone bhiti

ମନ୍ଦ ମତି, ନାହିଁ କି ମନେ ଭୀତି ? ଘୋଷା ।

 

ଯହିଁରେ ଅହିତ  

ତହିଁରେ ନିରତ ବଳାଉ ଥାଇ ତୁ ମତି । ୧ ।

ଦେଖି ଜାଣି ଶୁଣି 

ମନ୍ଦ ବୋଲି ମଣି ବିମୁଖ ନୋହୁ ତା ପ୍ରତି । ୨ ।

ଅସାରରେ ରୁଚି

ସାରରେ ଅରୁଚି,

ଏ କି ବିପରୀତ ରୀତି । ୩ ।

ଆୟୁ ପରିମାଣ 

ପରିତ୍ରାଣ ଦିନ ବହିଯାଉଛି ଝଟତି । ୪ ।

ହୋଇ ତୁ ଚିନ୍ତିତ

ଅନ୍ତରେ କମ୍ପିତ

ଯତ୍ନେ ସାଧ ଆତ୍ମା ମୁକ୍ତି । ୫

ଯେ ତୋତେ ତାରିବେ ସ୍ୱର୍ଗେ ବାସ ଦେବେ,

ଭଜ ଯୀଶୁ ନାମ ନିତି । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *