mono ogyaanore mono poraano bhore

ମନ ଅଜ୍ଞାନରେ,       ଆଜି ପରାଣ ଭରେ

ଡାକ ହୃଦୟ ରଞ୍ଜନରେ । ଘୋଷା । 

 

ଶାନ୍ତି ନିକେତନ ଛାଡ଼ି      କାହିଁ ଧାଉଁ ଶାନ୍ତି ଲୋଡ଼ି ?

ସୁଖ ଶାନ୍ତି ଲେଶ ନାହିଁ ସାରା ସଂସାରେ । ୧ ।

ଯାକୁ ମଣୁ ସୁଖ ସାର            ସେହି ସିନା ହାହାକାର

ଜୀବନ ଯୌବନ ଧନ ସବୁ ଯିବରେ । ୨ ।

ଫେରନା ଫେରନା ଆଜି ଆସିଛୁ ଦୁଆରେ ଯଦି,

ଶୂନ୍ୟ ହାତେ କେଣେ ଯାଉ ଶୂନ୍ୟ ସଂସାରେ । ୩ ।

ଆଜି ତାଙ୍କୁ ଯାଅ ଦେଖି          ହୃଦରେ ଆଣରେ ଡାକି 

ଶୁଷ୍କ ପ୍ରାଣ ଶୁଷ୍କ ରଖି କେଣେ ଯାଉରେ । ୪ ।

ତୋର ପରାଣ ବେଦନ          କର ଆଜି ନିବେଦନ,

ପାଇବୁ ନବ ଜୀବନ ତାଙ୍କରି ବରେ । ୫ ।

Leave a comment

Your email address will not be published. Required fields are marked *