mono scoro pitaa ishwarank parama kumorore

ମନ, ସ୍ମର, ପିତା ଈଶ୍ୱରଙ୍କ ପରମ କୁମରରେ । ଘୋଷା । 

 

ସେହି ପ୍ରଭୁ ସ୍ୱର୍ଗୁ ଆସି ଶୟତାନ କର୍ମ ନାଶି

ଉପଦେଶେ ମନ ତୋଷି ପାପ ତାପକୁ ବିନାଶି

କି ଅମୃତ ବଚନ ତାଙ୍କର ରେ । ୧ ।

ତାଙ୍କ ସର୍ବ କୃତ କର୍ମ ନିଷ୍ପାପ ସମ୍ପୂର୍ଣ୍ଣ ଧର୍ମ,

ଜଗତେ ଯେତେ ଅଧର୍ମ ଅନ୍ୟାୟ ପାପ ଦୁଷ୍କର୍ମ 

ଭୋଗିଲେ ସେ ନିଜ ଶ୍ରୀଅଙ୍ଗରେ । ୨ ।

ତୁ ଯେବେ ପାରିବୁ ମନ ତାଙ୍କ ଅନୁଗ୍ରହ-ଧନ ଭୀତ ନୋହି ମାଗି ଘେନ,

ସେ ଖଣ୍ଡିବେ ପାପମାନ, ଭରସାରେ ଆନନ୍ଦ ତୁ କର ରେ । ୩ । 

 

ଆଉ ନ କର ବିଳମ୍ବ, ଶୀଘ୍ର ତୁ ଖ୍ରୀଷ୍ଟଙ୍କୁ ସେବ,

ସ୍ତୁତି କର, ଆଜ୍ଞା ଭାବ ଧର ତୁ ନୂଆ ସ୍ୱଭାବ ପ୍ରେମ-ଦୀପ୍ତି ଜ୍ୱଳାଅ ତାଙ୍କର ରେ । ୪

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *