naahin kaahin re goti mukti jaanore

ନାହିଁ କାହିଁରେ ଗତି ମୁକ୍ତି ଜାଣରେ,

ଯୀଶୁ ବିନା ପାପୀର ଆନରେ । ଘୋଷା ।

ଯୀଶୁ ପରମେଶ୍ୱର   ସତ୍ୟ ପଥ ସ୍ୱର୍ଗର

ପାପୀ ପାଇଁ ସେ ଦେଲେ ପ୍ରାଣରେ । ୧ ।

ସ୍ୱର୍ଗରୁ ସେ ଆସିଲେ,      କ୍ରୁଶେ ପାପ ନାଶିଲେ

କରି ନିଜକୁ ବଳିଦାନରେ । ୨ ।

ସେ ମହା ପ୍ରାୟଶ୍ଚିତ୍ତ, ପାପୀର ମୁକ୍ତିବିତ୍ତ 

ବିନା ମୂଲ୍ୟେ କରିଲେ ଦାନରେ । ୩ ।

ଧର ଯୀଶୁ ପୟର,    ତାହାଙ୍କୁ ସେବା କର

ତାଙ୍କ କ୍ରୁଶରେ ରଖ ଧ୍ୟାନରେ । ୪ ।

ତାଙ୍କୁ କର ଅର୍ପଣ    ଦେହ ଆତ୍ମା ଜୀବନ,

ତାଙ୍କ ପ୍ରଶଂସା କର ଗାନରେ । ୫ ।

କାୟମନୋବାକ୍ୟରେ ପ୍ରେମ ଭକ୍ତି ଭୟରେ

ତାଙ୍କ ସକଳ ଆଜ୍ଞା ମାନରେ । ୬ ।

Leave a comment

Your email address will not be published. Required fields are marked *