ନାହିଁ ନାହିଁ ନାହିଁ ଅନ୍ୟ ଗତି, ମନ, nahi nahi nahi anyo goti

ନାହିଁ ନାହିଁ ନାହିଁ ଅନ୍ୟ ଗତି, ମନ,

କର ଯୀଶୁ ଖ୍ରୀଷ୍ଟଙ୍କ ସଙ୍ଗେ ପ୍ରୀତି । ଘୋଷା । 

 

ସେ ଯୀଶୁ ବହୁମୂଲ୍ୟ ସୁନ୍ଦର ଅତି,

ତାଙ୍କ ପ୍ରେମରେ ଡୁବ ଦିବାରାତି । ୧ । 

 

ଯେ ଯୀଶୁ ପ୍ରାଣପତି ଦିଅନ୍ତି ଶାନ୍ତି,

ତାଙ୍କୁ ସମର୍ପି ଦେହ ପ୍ରାଣ ଶକ୍ତି । ୨ ।

ତାଙ୍କ ବିନା ଅସାର ଧନ ସଂସାର,

ତାଙ୍କ ବିହୁନେ ନାହିଁ ଆତ୍ମା ତୃପ୍ତି । ୩ ।

ଆହ କି ମନୋହର ଯୀଶୁ ମୋ ପ୍ରତି,

ନାହିଁ ଅନ୍ୟରେ ତାଙ୍କ ବିନା ମତି । ୪ । 

 

ମୋହର ଦେହ ପ୍ରାଣ ଶକ୍ତି ଜୀବନ,

ସର୍ବ ସମର୍ପି ଧ୍ୟାଇବି ମୁଁ ନିତି । ୫ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *