ପ୍ରସନ୍ନ ବଦନେ ଯୀଶୁ ମୋଠାରେ କରୁଣା କର prassanna bodone jishu mo thare

ପ୍ରସନ୍ନ ବଦନେ ଯୀଶୁ ମୋଠାରେ କରୁଣା କର,

ତବ କୃପା-ପ୍ରିୟ ମନୁଁ ମୋତେ କେବେ ନ ପାସୋର । ଘୋଷା ।

ଆହେ ଯୀଶୁ ଦୟାବାନ           ସର୍ବଗୁଣେ ବିଭୂଷଣ,

ତବ କୃପା ଚିରସ୍ଥାୟୀ ତବାନୁଗ୍ରହ ଅପାର   ା ୧ ।

ତୁମ୍ଭେ ହେ କରୁଣା ସିନ୍ଧୁ          ଦାନ କର କୃପାବିନ୍ଦୁ,

ତୁମ୍ଭ ବିନା ଅନ୍ୟ ବନ୍ଧୁ ଯୀଶୁ କେ ଅଛି ପାପୀର         ା ୨ ।

ଯୀଶୁ-କୃପା-ବୃକ୍ଷ ମୂଳେ          ବସିଛି ଆପଦ ଡରେ,

ତବ କୃପା ମୋର ପାଇଁ          ହୋଇବ ଅତି ପ୍ରଚୁର ା ୩ ।

ଆହେ ଯୀଶୁ ପ୍ରେମ ସିନ୍ଧୁ,          ହୁଅ ତୁମେ ମୋର ବନ୍ଧୁ,

ଉପକାରୀ ଦୁର୍ଗ ହୁଅ ବିପଦ ସମୟେ ମୋର          ା ୪ ।

କହେ ଦୀନହୀନ ନର,               ଯୀଶୁ ଦୟାର ସାଗର,

ନ କରିବେ ମୋତେ ଦୂର ହେଲେ ବିପଦ ବିସ୍ତର । ୫ ।

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *