probhu tume charana re

ପ୍ରଭୁ ତୁମ ଚରଣରେ

ଏହି ମୋର ନିବେଦନ । ଘୋଷା ।

ବଞ୍ଚେ ମୁହିଁ ଯେତେ ଦିନ         ଧ ର୍ମେ ଥାଉ ସ୍ଥିର ମନ,

ଧର୍ମ-ଆତ୍ମାଙ୍କୁ ନ ଘେନ          ମୋଠାରୁ କଦାଚନ   ା ୧ ।

ସତର୍କ ହେଉ ବିବେକ            ଯେସନେ ନେତ୍ରପଲକ,

ହେଉ ମୃତ ଦିନୁଁଦିନ  ମୋ ପୁରାତନ ମନ  ା ୨ ।

ପ୍ରଭୁ ପ୍ରତି ପ୍ରେମେ ନିତ୍ୟ         ହେଉ ଉତ୍ତପ୍ତ ମୋ ଚିତ୍ତ,

ତାଙ୍କ ପ୍ରେମ କର୍ତ୍ତାପଣ           ହେଉ ହୃଦେ ସ୍ଥାପନ  ା ୩ ।

ବହି ଯୀଶୁ କ୍ରୁଶ କାନ୍ଧେ           ଯେହ୍ନେ ଚାଲିବି ଆନନ୍ଦେ,

ଖୋଜି ତାଙ୍କ ପଦଚିହ୍ନ            ଯିବି ପଛେ ବହନ    ା ୪ ।

ପରଲୋକ ଚିନ୍ତା ନିତ୍ୟ           କରୁ ମୋ ମନେ ରାଜତ୍ୱ,

ହେଉ ମୋର ସ୍ଥିର ଜ୍ଞାନ         ଅଟେ ବିଦେଶୀ ଜନ  ା ୫ ।

ସ୍ୱର୍ଗକୁ ମୋର ହୃଦୟରେ        ଜଗତକୁ ପାଦ ତଳେ,

ରଖିଣ ନିତ୍ୟ ଯେସନ            ମୁଁ କରିବି ଗମନ     ା ୬ ।

ହେଲେ ମୋର ଯାତ୍ରା ଶେଷ     ହେଉ ସ୍ୱର୍ଗେ ମୋ ନିବାସ,

ମୋ କାମନା ହେଉ ପୂର୍ଣ୍ଣ        ଦେଖି ଯୀଶୁ ବଦନ   ା ୭ ।

Leave a comment

Your email address will not be published. Required fields are marked *