ତ୍ରାଣଧନ ମନରେ,
କାହିଁ ପାଇଁ ନ କରୁ ଯତନ । ଘୋଷା ।
ବହୁମୂଲ୍ୟ ତ୍ରାଣଧନ ଯାଚନ୍ତି ତ୍ରାଣ-ନିଧାନ,
ନ ହୁଅଇ ଲୋଡ଼ା ଧନ ତହିଁ ପାଇଁ,
ମନରେ ତହିଁ ପାଇଁ, ବିନା ମୂଲ୍ୟେ ଦାନ । ୧ ।
ସବୁଠାରୁ ସାର ଜାଣ ଅଟେ ଆତ୍ମା ପରିତ୍ରାଣ,
ପାଇଲେ ହେଁ ସର୍ବଧନ ତ୍ରାଣବିନା ମନରେ
ତ୍ରାଣବିନା ହେବୁ ଦୀନହୀନ । ୨ ।
କରୁ ତୁହି ବିବେଚନା, ସମୟ ଅତ୍ୟଳ୍ପ ସିନା,
ମନେ ନାହିଁ କି ଆସୁଛି କି ବହନ !
ମନରେ କି ବହନ ! ସେ ମରଣ ଦିନ । ୩ ।
ଥାଉଁ ଥାଉଁ ଶୁଭ ଦିନ ଯତ୍ନ କର ତ୍ରାଣଧନ,
ବହିଗଲେ ଶୁଭ ଦିନ ନିଶ୍ଚେ ଜାଣ,
ମନରେ ନିଶ୍ଚେ ଜାଣ,ଅନନ୍ତ କ୍ରନ୍ଦନ । ୪ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.