tumbho thaare probhu neli sarana

ତୁମ୍ଭଠାରେ ପ୍ରଭୁ ନେଲି ଶରଣ । ଘୋଷା ।

ଅଜ୍ଞାନ ଅଧମକୁ      ତୁମ୍ଭ ପଥେ ଯିବାକୁ

ଧ ର୍ମ-ଦୀପ୍ତି ପ୍ରଭୁ ହେ କର ଦାନ

ବଳ ନାହିଁ ମୋହର, ଶତ୍ରୁ ପୁଣି ଅପାର,

ସ୍ୱଗୀୟ ବଳେ କର ବଳବାନ । ୨ ।

ନିବିଡ଼ ଅନ୍ଧକାର      ପୂର୍ଣ୍ଣ ଏହି ସଂସାର,

ହସ୍ତ ଧରି କରାଅ ହେ ଗମନ । ୩ ।

ମୋର ବିଶ୍ୱାସ କ୍ଷୀଣ,                ସଦା ଅସ୍ଥିର ମନ

କର ସୁସ୍ଥିର କରି ଆତ୍ମାଦାନ । ୪ ।

ହିତବାକ୍ୟ ତୁମ୍ଭର     ହେଉ ଗଳାର ହାର

ପ୍ରାର୍ଥନାରେ ଜାଗ୍ରତ ଥାଉ ମନ । ୫ ।

ନିତ୍ୟ ରଖି ମୋ ଦୃଷ୍ଟି କାଲ୍‌ବରୀ କ୍ରୁଶ ପ୍ରତି

ଯେହ୍ନେ ଧାଇବି ମୁହିଁ ଅନୁକ୍ଷଣ । ୬ ।

Leave a comment

Your email address will not be published. Required fields are marked *