aaha! jebe mono moro huoantaa dhorme susthiro

ଆହା ! ଯେବେ ମନ ମୋର ହୁଅନ୍ତା ଧର୍ମେ ସୁସ୍ଥିର,

କିପରମାନନ୍ଦ ଜାତ ହୁଅନ୍ତା ତହୁଁ ମୋହର ! । ଘୋଷା । 

 

ଚଞ୍ଚଳ ମୋହର ମନ ଘନେ ବିଦ୍ୟୁତ ସମାନ,

ମୋହରି ଧର୍ମ ଆବର ଯେହ୍ନେ ପ୍ରତ୍ୟୁଷ କାକର । ୧ । 

 

ସମଭାବେ ଧର୍ମ ପ୍ରତି ନିତି ନ ଥାଏ ମୋ ମତି,

କ୍ଷୟ ବୃଦ୍ଧି ନିରନ୍ତର ଯେହ୍ନେ ହୁଏ ସୁଧାକର । ୨ । 

 

ପ୍ରବର୍ତ୍ତିଲେ ପ୍ରାର୍ଥନାରେ ଭ୍ରମେ ମନ ଚରିଆଡ଼େ,

ଭକ୍ତିଭାବ ହୋଇ ଦୂର ଭାବନା ହୁଏ ଅସ୍ଥିର । ୩ ।

ପ୍ରଭୁ ପ୍ରତି ପ୍ରେମ ଭକ୍ତି ନିଶ୍ଚଳ ନ ଥାଏ ନିତି,

ତାଙ୍କ ପ୍ରେମେ ଆକର୍ଷିତ ନୁହେଁ ମନ ନିରନ୍ତର । ୪ ।

ଆହା ! ଏ ଅସ୍ଥିର ଭାବ କେବେ ମୋ ମନୁ ଘୁଞ୍ôଚବ ?

କେବେ ପ୍ରେମ ଭକ୍ତି ମୋର ବଢ଼ିବ ହୋଇ ସୁସ୍ଥିର । ୫ ।

 

ପ୍ରଭୁ ହେ ପ୍ରେମ ରଜ୍ଜୁରେ ବାନ୍ଧ ମୋତେ ଶ୍ରୀପାଦରେ 

ଯେହ୍ନେ ମୁହିଁ ହୋଇ ସ୍ଥିର ଥିବି ତହିଁ ନିରନ୍ତର । ୬ ।

Leave a comment

Your email address will not be published. Required fields are marked *