aahaa ki aanondore samaya kaatonti saadhugono sworgore

( ସ୍ୱର : ମୋର ଅଟେ ବିହିତ )

ଆହା କି ଆନନ୍ଦରେ ସମୟ କାଟନ୍ତି ସାଧୁଗଣ ସ୍ୱର୍ଗରେ ! । ଘୋଷା । 

 

ପାପ ସନ୍ତାପରେ ବନ୍ଦୀ ଥିଲେ ଏଠାରେ,

ସବୁଠାରୁ ମୁକ୍ତ ହୋଇଛନ୍ତି ସେଠାରେ । ୧ । 

 

ଶୋକ ଚିହ୍ନ ନ ଦିଶଇ ତାଙ୍କ ମୁଖରେ,

ଚିନ୍ତା ପରୀକ୍ଷା ଆଉ ନ ପଶେ ମନରେ । ୨ ।

ଝର ଝର ନୀର ନେତ୍ରୁ ଆଉ ନ ଝରେ,

ପ୍ରଭୁ ଶୁଖାଇଲେ ଅଶ୍ରୁଝର ଶ୍ରୀକରେ । ୩ । 

 

ବୁଡ଼ି ଖ୍ରୀଷ୍ଟଙ୍କର ମହା ପ୍ରେମ-ସାଗରେ,

ଗାଆନ୍ତି ଅତି ମଧୁରେ ତାଙ୍କ ଛାମୁରେ । ୪ ।

ଆଉ ନ ମିଶିବ ଦୁଃଖ ତାଙ୍କ ସୁଖରେ,

ଅନନ୍ତ ବିଶ୍ରାମ ଭାଗୀ ହେବେ ଶାନ୍ତିରେ । ୫ । 

 

ଭାବି କହେ ଛାର ଦୀନ ପାପୀ ମନରେ,

ପ୍ରଭୁ ମୋତେ ନ ଭୁଲିବେ ସେ ସ୍ୱର୍ଗପୁରେ । ୬ ।

Leave a comment

Your email address will not be published. Required fields are marked *