ଆହେ ଯୀଶୁ ଦୟାବାନ୍,
ଦୟା ତୁମ୍ଭ ମୁକୁଟ ଭୂଷଣ,
ଦୟା କ୍ଷମା ସତ୍ୟ ଶାନ୍ତି ପ୍ରେମରେ ପୂର୍ଣ୍ଣ । ଘୋଷା ।
ସ୍ୱର୍ଗ ସୁଖ ତେଜିଲ, ମଞ୍ଚେ ଅବତରିଲ
ସାଧିବାକୁ ମୋର ପରିତ୍ରାଣ,
ମୋର ଲଗା ହୋଇଲ, ମୋ ପାପେ ବଳି ହେଲ, ମୋ ଦୁରିତ ଖଣ୍ଡିଲ,
ଆହେ କୃପାବାନ,
ଆହେ କେଡ଼େ ପ୍ରେମ କଲ ଦେଇ ନିଜ ପ୍ରାଣ । ୧ ।
କୁଷ୍ଠୀ ଆଦି ରୋଗୀଙ୍କୁ ଭୂତଗ୍ରସ୍ତ ପ୍ରାଣୀଙ୍କୁ
ଆଜ୍ଞାମାତ୍ରେ କଲ ବିମୋଚନ, ମୃତଜନଙ୍କୁ ପ୍ରାଣ,
ଜନ୍ମାନ୍ଧଙ୍କୁ ନୟନ, ବଧିରକୁ ଶ୍ରବଣ,
ପଙ୍ଗୁକୁ ଗମନ ବିନାମୂଲ୍ୟେ କଲ ଦାନ ହୋଇ କରୁଣ । ୨ ।
ପାପ-ତୁମେ ପୂରିତ ଥିଲା ଏହି ଜଗତ
ଘନ ଅମାନିଶାର ସମାନ,
ଧର୍ମ-ଭାନୁ ସଦୃଶ ତୁମ୍ଭେ ହୋଇ ପ୍ରକାଶ ପାପ-ତିମିର ନାଶ
କଲ ଦୀପ୍ତି ଦାନ,
ପୃଥିବୀରେ ମୁକ୍ତିରାଜ୍ୟ କଲ ସଂସ୍ଥାପନ । ୩ ।
ଧରିଛି ଶ୍ରୀପୟର ମୁଁ ପାପୀ ଦୁରାଚାର,
ତୁମ୍ଭ ବିନା ନାହିଁ ଗତି ଆନ, ଘେନ ମୋ ଅନୁତାପ,
ଫେଡ଼ ମୋ ଶୋକ ତାପ, କ୍ଷମା କରି ମୋ ପାପ
କର ଶାନ୍ତି ଦାନ, ମାଗୁଅଛି ଏହି ବର ଆହେ କ୍ଷମାବାନ । ୪ ।