aahe jishu doyaa bano

ଆହେ ଯୀଶୁ ଦୟାବାନ୍‌,

ଦୟା ତୁମ୍ଭ ମୁକୁଟ ଭୂଷଣ,

ଦୟା କ୍ଷମା ସତ୍ୟ ଶାନ୍ତି ପ୍ରେମରେ ପୂର୍ଣ୍ଣ । ଘୋଷା ।

ସ୍ୱର୍ଗ ସୁଖ ତେଜିଲ,   ମଞ୍ଚେ ଅବତରିଲ

ସାଧିବାକୁ ମୋର ପରିତ୍ରାଣ,

ମୋର ଲଗା ହୋଇଲ, ମୋ ପାପେ ବଳି ହେଲ, ମୋ ଦୁରିତ ଖଣ୍ଡିଲ,

ଆହେ କୃପାବାନ,

ଆହେ କେଡ଼େ ପ୍ରେମ କଲ ଦେଇ ନିଜ ପ୍ରାଣ । ୧ ।

 

 କୁଷ୍ଠୀ ଆଦି ରୋଗୀଙ୍କୁ  ଭୂତଗ୍ରସ୍ତ ପ୍ରାଣୀଙ୍କୁ

ଆଜ୍ଞାମାତ୍ରେ କଲ ବିମୋଚନ, ମୃତଜନଙ୍କୁ ପ୍ରାଣ,

ଜନ୍ମାନ୍ଧଙ୍କୁ ନୟନ, ବଧିରକୁ ଶ୍ରବଣ,

ପଙ୍ଗୁକୁ ଗମନ ବିନାମୂଲ୍ୟେ କଲ ଦାନ ହୋଇ କରୁଣ । ୨ ।

ପାପ-ତୁମେ ପୂରିତ  ଥିଲା ଏହି ଜଗତ

ଘନ ଅମାନିଶାର ସମାନ,

ଧର୍ମ-ଭାନୁ ସଦୃଶ ତୁମ୍ଭେ ହୋଇ ପ୍ରକାଶ ପାପ-ତିମିର ନାଶ

କଲ ଦୀପ୍ତି ଦାନ,

ପୃଥିବୀରେ ମୁକ୍ତିରାଜ୍ୟ କଲ ସଂସ୍ଥାପନ । ୩ ।

ଧରିଛି ଶ୍ରୀପୟର     ମୁଁ ପାପୀ ଦୁରାଚାର,

ତୁମ୍ଭ ବିନା ନାହିଁ ଗତି ଆନ, ଘେନ ମୋ ଅନୁତାପ,

ଫେଡ଼ ମୋ ଶୋକ ତାପ, କ୍ଷମା କରି ମୋ ପାପ

କର ଶାନ୍ତି ଦାନ, ମାଗୁଅଛି ଏହି ବର ଆହେ କ୍ଷମାବାନ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *