bhito ki paayeen nitya biartha he

ଭୀତ କିପାଇଁ ନିତ୍ୟ ବିଅର୍ଥ ହେ

ହୋଇଛି ଚିତ୍ତ ଯେବେ ମୋର ଖ୍ରୀଷ୍ଟେ ଅର୍ପିତ ହେ । ଘୋଷା ।

ବିଶ୍ୱସ୍ତ ସେହି ଦୟାରେ ଭୂଷିତ,

ଭାଷିତ ବଚନ ଅଟଳ ଅନନ୍ତ;

ହେଲେ ପର୍ବତ ପୃଥିବୀ ଅନ୍ତ, ତାଙ୍କ କୃପାକୁ ଅଜ୍ଞାତ       ା ୧ ।

ସମ୍ପୂର୍ଣ୍ଣ ବଳେ ସେହି ବଳବାନ,

ସମାନ ହେବେ କି ଏ ଭୂବନ ଜନ;

କେହୁ ସମର୍ଥ କରି କିଞ୍ôଚତ କ୍ଷତି ଯେ ଜନ ତାଙ୍କ ଆଶ୍ରିତ      ା ୨ ।

ମୋହର ଯାହା ନୁହଇ ମୋହର,

ମୁଁ ଆବର ମୋର ସକଳ ତାଙ୍କର;

ନିଜ ପଦାର୍ଥ ସେ କି ଜାଗ୍ରତ ନ କରିବେ ବୋଲି ମୁଁ ଭାବିତ !ା ୩ । 

 

ଘୃଣିତ ଯଦି ମୁଁ ପାପୀ ପତିତ,

ଜଗତରେ ନୁହେଁ ଲୋକରେ ଗଣିତ;

ତେବେ ହେଁ ମୁଁ ତା ମନୁଁ ବିସ୍ମୃତ ନୋହିବି କଦାଚିତ   ା ୪ ।

 

ମୁଁ ଜାଣେ ମନରେ,

ମୋତେ ଶେଷରେ ଗ୍ରହଣ କରିବେ ସେ ସ୍ୱର୍ଗପୁରରେ ସର୍ବ ଜଗତ ହୋଇବେ ଜ୍ଞାତ,

ମୁଁ ନିତାନ୍ତ ତାଙ୍କ ରକ୍ତ-କ୍ରୀତ । ୫ ।

Leave a comment

Your email address will not be published. Required fields are marked *