chaalo premo poche godaayee

ଚାଲ ପ୍ରେମ ପଛେ ଗୋଡ଼ାଇ ପ୍ରଭୁ ଯୀଶୁ ପ୍ରେମ ଉପମା ଚାହିଁ । ଘୋଷା ।

କର ଏକ ଆରେକ ପ୍ରେମ, ଖ୍ରୀଷ୍ଟଙ୍କର ଏହି ନୂଆ ବିଧାନ;

ଅଟେ ପରସ୍ପର ପ୍ରେମ ବ୍ୟବହାର ଖ୍ରୀଷ୍ଟଙ୍କ ଶିଷ୍ୟର ଲକ୍ଷଣ ଏହି । ୧ । 

 

ଦେଖ ତାହାଙ୍କ ମହା ପ୍ରେମ, ପ୍ରେମେ କଲେ ସେ ନିଜ ପ୍ରାଣ ଦାନ;

ତାଙ୍କର ବିଧାନ କର ହେ ପାଳନ, ପ୍ରେମେ ହେଉ ସବୁ ନିଷ୍ପନ୍ନ ଭାଇ । ୨ । 

 

ପ୍ରେମ ନ କରେ କ୍ରୋଧ କଳି, ପ୍ରେମେ ହୁଅ ସମସ୍ତେ ଏକମେଳି;

ଅଟେ ପ୍ରେମ ବିଧି ବହୁମୂଲ୍ୟ ନିଧି, ପ୍ରେମ ସଦାକାଳ ରହଇ ଭାଇ । ୩ । 

 

ପ୍ରେମ ଦୀର୍ଘକାଳ ସହଇ, ବହୁଳ ପାପକୁ ଡାମ୍ପଇ ସେହି;

ପେମ୍ର ସଙ୍ଗ ଧର, ପେମ୍ରାଳାପ କର, ପେମ୍ର ବିନା କାହିଁରେ ଋଣୀ ନୋହି । ୪ । 

 

ପ୍ରେମ ରଜ୍ଜୁରେ ବନ୍ଧା ହୋଇ ଚାଲ ଖ୍ରୀଷ୍ଟ ପ୍ରେମ ପଛରେ ଧାଇଁ;

ପେମ୍ର ସ୍ୱର୍ଗପୁରେ ଧର୍ମଦୂତ ମେଳେ, ପ୍ରେମେ ରହିବା ଏକମେଳି ହୋଇ । ୫ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *