ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ)
( ଆହା) ମୋର ହୃଦ ଦୁଆରେ । ଘୋଷା ।
ଚିନ୍ତା ପଥେ ବାଧା ଦେଇ ଗତି ରୋଧି ଧମକାଇ
କେତେ ହିତ କଥା କହି ଦୟା ଚିତ୍ତରେ । ୧ ।
ସେ ଯେ ଶାନ୍ତି ଦେବା ପାଇଁ ଡାକୁଛନ୍ତି ରହି ରହି
ପାପ ତାପ ନେବେ ବୋଲି ନିଜ ହାତରେ । ୨ ।
ଦେଖି ମୋତେ ଭାରାକ୍ରାନ୍ତ କରନ୍ତି ପ୍ରେମ ସଙ୍କେତ
କଢ଼ାଇ ନେବାକୁ ପଥ ମୃଦୁ ଭାବରେ । ୩ ।
ସେ କରୁଣ ସ୍ୱର ଶୁଣି କିପରି ମାତିବି ପୁଣି
ଛଳ-ମରୀଚିକାମୟ ମରୁ ସଂସାରେ । ୪ ।
ପ୍ରାଣ ମନ ଦେଇ ଆଜି ମୋ ଯୀଶୁଙ୍କ ପଦେ ମଜ୍ଜି
ଭାସି ଯିବି ସମତାନେ ସ୍ୱର ଲହରେ । ୫ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.