dhanya dhanya khristiano dhanya swargo sodone

ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ, ଧନ୍ୟ ସ୍ୱର୍ଗ ସଦନେ,

ଯେଣେ ତୁମ୍ଭ ମୃତ୍ୟୁକାଳେ ଭରସା ଥାଏ ମନେ । ଘୋଷା । 

 

ଯେକାଳେ ଏ ଜଗତ    ସୁତ ଦାରାଦି ବିତ୍ତ

ଅବା ନିଜ କଳେବର ତେଜ ବିନା ଶୋଚନେ । ୧ ।

ପାପୀ ହୋଇ କାତର, କି ଗତି ହେବ ମୋର ?

ହତାଶେ ତେଜଇ ପ୍ରାଣ, ନୁହେଁ ତୁମ୍ଭ ସମାନେ । ୨ ।

ମାତ୍ର ତୁମ୍ଭେ ସେକାଳେ           ଭାସ ଶାନ୍ତି-କଲ୍ଲୋଳେ

ଆଗତ ଭରସା ବଳେ ଶୋଉଅଛ ସାନ୍ତ୍ୱନେ । ୩ ।

ଯଦି ମୃତ୍ୟୁ ନାହୁଡ଼ ବିନ୍ଧଇ ଅତି ବଡ଼,

ତେବେ ନୁହଁ ହଡ଼ବଡ଼ ଉତ୍ତମାଶା କାରଣେ । ୪

ପ୍ରତିଜ୍ଞାର ମୁଚୁଳେ ଦେଇ ମୁଣ୍ଡ କୁଶଳେ 

ମହାଦିନ ପ୍ରାତଃସରି ଶୁଅ ସ୍ଥିର ବିଶ୍ରାମେ । ୫ ।

ଭରସା ଓ ବିଶ୍ୱାସ ଗନ୍ଧଦ୍ରବ୍ୟ ସଦୃଶ 

ମର୍ଦ୍ଦିତ ହୋଇଣ ତହିଁ ଶୁଅ ଶାନ୍ତି ଶୟନେ । ୬ ।

ଦିବ୍ୟ ସୁଖ ସମ୍ଭ୍ରମ,    ମହାନନ୍ଦ ବିଶ୍ରାମ,

ଜୀବନ-ମୁକୁଟ ଥୁଆ ତୁମ୍ଭ ନିତ୍ୟ ଭୁଷଣେ । ୭ ।

 

ଧନ୍ୟ ହେ ଯୀଶୁ ତ୍ରାତା,              ତୁମ୍ଭେ ମୃତ୍ୟୁ-ସଂହର୍ତ୍ତା,

ତୁମ୍ଭ ଉତ୍ଥାନରୁ ଜାତ ଏ ଭରସା ମୋ ମନେ । ୮ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *