dino mo sofolo hela

ଦିନ ମୋ ସଫଳ ହେଲା,

କି ମଙ୍ଗଳ ପ୍ରାପ୍ତ ହେଲା । ଘୋଷା ।

ଖ୍ରୀଷ୍ଟ ମୋର ଜୀବଧବ,            ତାଙ୍କ ସଙ୍ଗେ ମୋର ଭାବ,

ଭାବରୁ ଅଶେଷ ସୁଖ,      ଜନ୍ମଇ ପରମ ଲାଭ  ା ୧ ।

ଯାଉ ଏ ସୁଖ ସମ୍ପତ୍ତି ଖ୍ରୀଷ୍ଟ ସଙ୍ଗେ ମୋର ପ୍ରୀତି,

ଅନ୍ୟରେ ନ ମଜ୍ଜୁ ମତି,             ସେହି ସିନା ପ୍ରାଣପତି    ା ୨ ।

ତାଙ୍କର ସୌନ୍ଦର୍ଯ୍ୟ ଗୁଣ          ଦିଶୁଥାଏ ଅନୁକ୍ଷଣ,

ନ ପଡ଼େ ନେତ୍ର ପଲକ           ମନ କରେ ଆକର୍ଷଣ ା ୩ ।

ମୋ ନେତ୍ର ସଲିଳେ ପୂର୍ଣ୍ଣ        ପ୍ରେମେ ହୋଇ ପରିପୂର୍ଣ୍ଣ,

ତନୁ ପ୍ରାଣ ଜରଜର  ନ ସ୍ଫୁରେ ଆଉ ବଚନ            ା ୪ ।

ତାଙ୍କ ଅଙ୍ଗ ସଙ୍ଗ ହେବା          ତନୁ ପ୍ରାଣ ତାଙ୍କୁ ଦେବା,

ତାଙ୍କ ପଛେ ପଛେ ଯିବା         ସ୍ୱର୍ଗରେ ପ୍ରବେଶ ହେବା । ୫ ।

Leave a comment

Your email address will not be published. Required fields are marked *