dukho kaalo re kiye deyee paare purnaananda

ଦୁଃଖ କାଳରେ

କିଏ ଦେଇପାରେ ପୂର୍ଣ୍ଣାନନ୍ଦ ମୋ ମନରେ ? ଘୋଷା ।

ଯେଉଁକାଳେ ଘୋର ଦୁଃଖ ବଢ଼ି ଦେଖି ମନୁଁ ଯାଏ ସୁଖ ଉଡ଼ି

ପାରେ ଯାଇ ମୁହିଁ ସେ କାଳରେ ସୁଖ ପାଇବାର ପାଇଁ କାହାର କତିରେ ା ୧ । 

 

ଏହି ଅନିତ୍ୟ ଛାର ଜଗତ         ସୁତ ଦାରାଦି ଆବର ବିତ୍ତ

ପାରିବେ କି ଦେଇ କିଞ୍ôଚତରେ ସୁଖ ଆହ୍ଲାଦ ମୋହରି ଦୁଃଖିତ ମନରେ !            ା ୨ ।

ନାହିଁ ନାହିଁ, ଏ ଅଟନ୍ତି ତୁଚ୍ଛ, ସ୍ୱପନ ସମାନ ସବୁ ମିଛ,

ତୃଷା ହରଇ କି କୁହୁଡ଼ିରେ,

ଦରିଦ୍ର କି ହୁଏ ଧନୀ ସ୍ୱପନ-ଧନରେ ?     ା ୩ ।

ଅଛନ୍ତି ମୋହରି ଏକ ମିତ୍ର, ଭାଇଠାରୁ ହିଁ ସେ ସ୍ନେହବନ୍ତ,

ସଦା ରଖି ସେ ମୋତେ ହୃଦରେ

ମୋର ନିକଟେ ଅଛନ୍ତି ବିପତ୍ତି ବେଳରେ   ା ୪ । 

 

ସେ ଅଟନ୍ତି ମୋ ପରମ ବନ୍ଧୁ      ସୁଖ ଆନନ୍ଦ ଶାନ୍ତିର ସିନ୍ଧୁ

ମୋର ଦୁଃଖ ପରୀକ୍ଷା କାଳରେ

ସୁଖେ ଆଉଜିବି ଯାଇ ତାଙ୍କର କୋଳରେ  ା ୫ । 

 

ଯେବେ ତାଙ୍କ ସୁଖଦାୟୀ କୋଳେ ଥ ôବି ଆଉଜି ମୁଁ ସଦାବେଳେ

ତେଣୁ ପଛେ ପୃଥ୍ୱୀ ନାଶ ହେଲେ

ମୋର ନୋହିବ କିଞ୍ôଚତ ଭାବନା ମନରେ           ା ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *