he mohaa mohimo ananta jibono

ହେ ମହା ମହିମ ଅନନ୍ତ ଜୀବନ ଯୀଶୁ ଈଶ୍ୱର ନନ୍ଦନ,

କରିବାକୁ ଦାନ ପରିତ୍ରାଣ ଧନ ହୋଇଲ କେଡ଼େ ନିର୍ଦ୍ଧନ;

ଜନ୍ମ ଲଭିଲ ମନୁଷ୍ୟମତେ,

ସ୍ୱର୍ଗସୁଖ ସିଂହାସନ ଯେତେ,

ତ୍ୟାଗ କଲ ପାପୀଙ୍କର ହିତେ,

କଲ ମହାଶ୍ଚର୍ଯ୍ୟ କର୍ମ କେତେ । ୧ ।

ପାପୀଙ୍କ ନିମିତ୍ତ କଲ ପ୍ରାୟଶ୍ଚିତ୍ତ ପାପୀ ପାପଭାର ବହି,

ଭୋଗିଲ ପାପୀଙ୍କ କ୍ଳେଶ ଲଜ୍ଜା ଦୁଃଖ ନିଜ ପ୍ରାଣ ରକ୍ତ ଦେଇ; ରୁଧିର

କେତେ ବହିଗଲା ଧାର ଧାର,

ତହିଁ ସଙ୍ଗେ ବହେ ଦୟା-ଧାର,

କେତେ ଦୁଃଖ କଲ ଅଙ୍ଗୀକାର,

ସେହି ରକ୍ତେ ପାପ ପରିଷ୍କାର । ୨ । 

 

କ୍ରୁଶୀୟ ବେଦନା ଦାରୁଣ ଯାତନା ଭୋଗିଲ ମୋର କାରଣ,

ପୃଷ୍ଠେ ପାପଭାର ଶରୀରେ ପ୍ରହାର କେଡ଼େ ଦାରୁଣ କଷଣ !

ଏସନ

ମହାପ୍ରେମ ନୋହିଲା ଦର୍ଶନ,

କଣ୍ଟା ମୁକୁଟ ମୁଣ୍ଡେ ଭୂଷଣ, ହସ୍ତ ପାଦେ କଣ୍ଟାର ମାରଣ,

ଶତ୍ରୁ ପାଇଁ ତେଜିଲ ଜୀବନ । ୩ ।

ଭୟାନକ କ୍ରୁଶ ତୁମ୍ଭେ ନେଲ ବହି ପୁଣି ହେଲ ତହିଁ ବିନ୍ଧା

ମୋର ମହାପାପ ଦେଲା କି ସନ୍ତାପ ଲଜ୍ଜା ଅପମାନ ନିନ୍ଦା ! ସେ କ୍ରୁଶ

ତହିଁ ଭୋଗିଲ ଦୁଃଖ ଅଶେଷ

ଅତି ଅସହ୍ୟ ତହିଁର କ୍ଳେଶ,

ପାପ-ଶତ୍ରୁବଳ ଦର୍ପ ନାଶ,

ତହିଁ ମୋର ଦର୍ପ ପ୍ରତି ଆଶ । ୪ । 

 

ହୋଇଣ ଧାର୍ମିକ ଭୋଗିଲ କି ଦୁଃଖ ତୁମ୍ଭେ ମୋର ପରିବର୍ତ୍ତେ !

ତୁମ୍ଭ ଦେହ ପ୍ରାଣ ହୋଇଲା ବିଦୀର୍ଣ୍ଣ, ଦେଖି ଚମତ୍କୃତ କେତେ

ଧ ରଣୀ ଦେଖଇ କମ୍ପମାନ ସେ ତତ୍‌କ୍ଷଣି,

ଅନ୍ଧକାର ହେଲା ଦିନମଣି,

ଗିରିଗଣ ହିଁ ବିଦୀର୍ଣ୍ଣ ପୁଣି,

ସ୍ୱର୍ଗଦୂତେ ଚମତ୍କାର ମଣି । ୫ ।

ଧ ନ୍ୟ ଆହେ ଯୀଶୁ ତବ ପ୍ରେମ ନାମ, କଲ ଦେହ ପ୍ରାଣ ଦାନ,

ମୋର ନାହିଁ ତେଡ଼େ ବହୁମୂଲ୍ୟ ଧନ କରିବାକୁ ପ୍ରତିଦାନ;

ତୁମ୍ଭର ମରଣରେ ଭରସା ମୋହର,

ସେହି ପ୍ରହାରରେ ସ୍ୱାସ୍ଥ୍ୟ ମୋର,

ଆହେ ପ୍ରଭୁ ତବ ଚରଣରେ ସମର୍ପିଲି ଦେହ ଆତ୍ମା ମୋର । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *