he salom raajono

ହେ ଶାଲମ ରାଜନ !

ତବ ପ୍ରିୟ ନାମେ ଏ ମର୍ତ୍ତ୍ୟ ଭୁବନେ ହେଉ ସଦା ଜୟଗାନ । ଘୋଷା ।

ଆଉ କେତେ କାଳ ରାଜତ୍ୱ କରିବ ଜଗତ୍ପତି ଶୟତାନ ?

ତାର ପରାକ୍ରମ କର ସର୍ବ ଚୂର୍ଣ୍ଣ, ରାଜ୍ୟ କର ନରମନ । 

 

ସଂଗ୍ରାମ ସମ୍ବାଦ ଯୁଦ୍ଧ ଆଡ଼ମ୍ବର ଆଉ ନ ହେଉ ଶ୍ରବଣ,

ଲଙ୍ଗଳର ଫାଳ କରୁ ସର୍ବ ନର ଅସ୍ତ୍ରଶସ୍ତ୍ର କରି ଚୂର୍ଣ୍ଣ । ୨ । 

 

ହେଉ ଦୟା ସତ୍ୟତାର ସୁମିଳନ, ଧର୍ମ ଶାନ୍ତିର ଚୁମ୍ବନ,

ସର୍ବଦେଶୀ ଭାଷୀ ଯିହୂଦୀ ବିଦେଶୀ ହେଉ ପ୍ରେମରେ ବନ୍ଧନ । ୩ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *