huo he probhujishu prashana

ହୁଅ ହେ ପ୍ରଭୁ ଯୀଶୁ ପ୍ରସନ୍ନ,

ହୁଅ ଏହି ସଭାରେ ବିଦ୍ୟମାନ । ଘୋଷା ।

ଆମ୍ଭେମାନେ ଅଯୋଗ୍ୟ ଦୀନହୀନ କରୁଅଛୁଁ ପ୍ରାର୍ଥନା ନିବେଦନ

ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଅଟେ ଅନୁଗ୍ରହ ନିଧି ପ୍ରମାଣ । ୧ ।

ନିଜ ପ୍ରତିଜ୍ଞା କର ହେ ସ୍ମରଣ ହେ ପ୍ରଭୁ ଯୀଶୁ ଅନନ୍ତ ଜୀବନ 

ଯେଉଁ ଠାବରେ ଦୁଇ ତିନି ଜଣ ତୁମ୍ଭ ନାମେ ହୋନ୍ତି ଏକତ୍ର ପୁଣ । ୨ ।

ତୁମ୍ଭେ ହୋଇ ସେଠାରେ ବର୍ତ୍ତମାନ ଦେବ ଆଶୀର୍ବାଦ ମଙ୍ଗଳଦାନ

ଏଣୁ କରି ପ୍ରଭୁ ହୁଅ ସଭାରେ, ନିଜ ମହିମା ପ୍ରକାଶ ଏଠାରେ । ୩ ।

ତବ ଶ୍ରୀବଦନ ସୌନ୍ଦର୍ଯ୍ୟ ତେଜ ପ୍ରକାଶ କରହେ ପ୍ରଭୁ ବହନ

ତୁମ୍ଭ ନାମେ ପ୍ରାର୍ଥନା ସିଦ୍ଧ କର, ସଦା ସର୍ବଦା ହୁଅ ହେ ସଙ୍ଗର । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

One thought on “huo he probhujishu prashana”