jaago jaago mono hai probhaato nishi

ଜାଗ ଜାଗ ମନ ହେ ପ୍ରଭାତ ନିଶି,

ଉଦେ ହେଲା ଦିନମଣି ପୂର୍ବରେ ତେଜ ଦିଶି । ଘୋଷା । 

 

ଗତ ଦିବାରାତ୍ରେ ଯେତେ ଆପଦ ଥିଲା ଗ୍ରାସି,

ସେ ଭୟରୁ ରକ୍ଷା କଲେ ତୋ ପିତା ସ୍ୱର୍ଗବାସୀ । ୧ ।

ପାପ-ସମୁଦ୍ରରେ ମନ ନିତ୍ୟ ଯାଉଛି ଭାସି,

ତରିବାକୁ ଉପାୟ ଭରସା ଆଉ ନ ଦିଶି । ୨ ।

ତରିବାକୁ ଭବ-ସିନ୍ଧୁ ଭରସା ନାହିଁ କିଛି,

ଜନ୍ମାନ୍ଧର ପ୍ରାୟେ ଘୋର ଅରଣ୍ୟେ ଭ୍ରମୁଅଛି । ୩ ।

 

ପ୍ରଭୁ, କୃପାରେ ମୋଠାରେ ଧର୍ମଦୀପ୍ତି ପ୍ରକାଶି,

ପାପ-ଅନ୍ଧକାର ମୋର ମନରୁ ଦିଅ ନାଶି । ୪

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *

One thought on “jaago jaago mono hai probhaato nishi”