jaagorono jaago jaali jaago jaati jubaa baali

ଜାଗରଣ ଜାଗ ଜାଳି ଜାଗ ଜାତି ଯୁବା ବାଳୀ,

ଯୀଶୁ ନାମେ ଆଜି ବୋଲ ଜୟ,

ଅଳସ ବିଳାସ ଛାଡ଼ି  କରମ କଠାଉ ମାଡ଼ି

ଧରମ ପଥରେ ଚଳି ଗାଅ ଜୟ । ଘୋଷା । 

 

ଦେଶର ଦଶର ଦୁଃଖେ ଝରୁ ଲୋତକ,

ମଡ଼ା ଲାଗି ଛିଡ଼ା ହୁଅ କରରେ ଶୋକ,

ମରଣ ମାଙ୍ଗଳିକ ତିଆଗ ତଟେ

ମାଗିଣ ବୋଲ ତୁମେ ଜୟ । ୧ । 

 

ଜଳିତର ଲାଗି ତୁମେ ହୁଅ ଦଳିତ,

ମଣିଷ ସେବାରେ ହେଉ ଚମ ପଳିତ,

ସଭିଏଁ ମିଶି ସାଦରେ ସୋଦର-ଭାଷେ ଗାଅ ହେ ଯୀଶୁ ନାମ ଜୟ । ୨ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *