jishu baare su nayanare mo proti

ଯୀଶୁ ବାରେ ସୁନୟନରେ ମୋ ପ୍ରତି ଚାହିଁ ପ୍ରସନ୍ନରେ,

ଆସୁଅଛି ମୁଁ ଶ୍ରୀ ଛାମୁରେ ଖେଦିତ ମନରେ;

ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୧ ।

ପାପ ମୋହର ଅଗଣିତ         ଅଟଇ ମୁଁ କ୍ରୋଧର ପାତ୍ର,

ନରକେ ହେଲେ ମୁଁ ଦଣ୍ଡିତ ହେବ ତା’ ଉଚିତ;

ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୨ ।

ପ୍ରତିଜ୍ଞା ବଚନ ତୁମ୍ଭର ଭରସା କାରଣ ମୋହର,

ଅଟେ ଅଟଳ ସେ ବଚନ ପର୍ବତ ସମାନ;

ନ କଲେ ଦୟା ମୋ ଉପରେ ଯିବି ମୁଁ କାହା ନିକଟରେ ?

ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୩ ।

ତବ ଶ୍ରୀପାଦ ଅନୁସରି           ବିନାଶ ନୋହିଛି କାହାରି,

ନିଶ୍ଚେ ସେ ପାଦ ଦୃଢ଼େ ଧରି ଯିବି କି ମୁଁ ମରି ?

ନୋହୁ ଏହା କେଉଁ କାଳରେ, ଦୟା କର ଯୀଶୁ ମୋଠାରେ

ନାହିଁ ଆଶ୍ରା ଏ ଭୁବନରେ ତୁମ୍ଭ ବିହୁନରେ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *