jishu naamo ki sumisto

ଯୀଶୁ ନାମ କି ସୁମିଷ୍ଟ,

କରେ ମନ ହୃଷ୍ଟ ହେ । ଘୋଷା ।

ସାଂସାରିକ ଯେତେ ସୁଖ         ତହିଁରେ ନ ଗଲା ଦୁଃଖ 

କେବଳ ନାମ ଯୀଶୁଙ୍କ ହରେ ସର୍ବ ଦୁଃଖ । ୧ ।

ତାଙ୍କ ନାମ ମନେ ଗାଇ ଆବରି ମୁଁ ନିତି ଧ୍ୟାୟି 

ହରଷ ହୋଇ ଉଠଇ ଭରସା ମୁଁ ପାଇ । ୨ ।

ସେ ମୋ ନିତ୍ୟସ୍ଥାୟୀ ତ୍ରାତା,      ମୋର ପାପ ଶାପ-ହର୍ତ୍ତା

ନାହିଁ ତାଙ୍କ ବିନା ନାହିଁ ପାପ କ୍ଷମା କାହିଁ । ୩ ।

ଆକାଶମଣ୍ଡଳ ତଳେ ମନୁଷ୍ୟଗଣ ମଧ୍ୟରେ

ତ୍ରାଣକର୍ତ୍ତା ଯୀଶୁ ନାମ ଅନ୍ୟେ ଦାନ ନାହିଁ । ୪ ।

ସେ ନାମର ମିଷ୍ଟ ଗୁଣ ପୁଣି ତା’ର ଶ୍ରେଷ୍ଠପଣ 

ବର୍ଣ୍ଣନେ ମୁଁ ଅଭାଜନ, ଜ୍ଞାନ ନାହିଁ ମୋର । ୫ ।

କୃପା କରି କ୍ଷମା କଲେ,             ମୋଠାରେ ପ୍ରସନ୍ନ ହେଲେ,

ପ୍ରାଣ ଦେଇ ବଞ୍ଚାଇଲେ, କି ପ୍ରେମ ସେ କଲେ । ୬ ।

 

ନ ଭୁଲ ଭୁଲଣ ମନ, ସତତ ଗୁଣ ସେ ନାମ,

ଦେବେ ଅକ୍ଷୟ ଜୀବନ, ହେବ ମନ ପୂର୍ଣ୍ଣ । ୭ ।

Leave a comment

Your email address will not be published. Required fields are marked *