jishu nityo jibito mano hue ki hrusto chito

ଯୀଶୁ ନିତ୍ୟ ଜୀବିତମାନ ହୁଏ କି ହୃଷ୍ଟ ଚିତ୍ତ !

ଯୀଶୁ ସମଭାବେ’ଛନ୍ତି ନିତ୍ୟ ଜୀବିତ । ଘୋଷା ।

ପାପ ଅପାର ମୋର ପାରିବ କି କରି ଭୟ ଜନ୍ମାଇ ଘୋର ?

ଖ୍ରୀଷ୍ଟ ବହୁମୂଲ୍ୟ ରକ୍ତ ସଦା ଅଟେ ଶକ୍ତିମନ୍ତ,

ତହିଁ ହେବ ମୋର ସର୍ବ ପାପ ମାର୍ଜିତ । ୧ ।

ଦୁଃଖ ପରୀକ୍ଷା କ୍ଳେଶ ପାରିବେ କି କରି ମିଶି କ୍ଷତି ମୋ ଲେଶ ?

ନାହିଁ, ଏ ତ ଅସମ୍ଭବ, ଖ୍ରୀଷ୍ଟ ସଦା ମୋ ଆଲମ୍ବ,

ତାଙ୍କ ବଳ ନୁହେଁ କେବେ ଊଣା କିଞ୍ôଚତ । ୨ । 

 

ବନ୍ଧୁ ବାନ୍ଧବ ମିତ୍ର ଅଟନ୍ତି ସେହି ସମସ୍ତେ ସିନା ଅନିତ୍ୟ,

ଖ୍ରୀଷ୍ଟ ମୋ ପରମ ମିତ୍ର, ତ୍ରିକାଳେ ସମାନ ମତ 

ବିକୃତ ନୁହନ୍ତି ହେଲେ ପୃଥିବୀ ଲୁପ୍ତ । ୩ ।

ତେବେ ଡରିବି ମୁହିଁ ଜୀବନ ଅଥବା ମରଣକୁ କିପାଇଁ ?

ସକଳ ବିଷୟ ମୋର ସମର୍ପି ହସ୍ତେ ତାଙ୍କର,

ରଖିଥିବି ନିତ୍ୟ ଭକ୍ତି ବିଶ୍ୱାସ ଚିତ୍ତ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *