jishu parama boidya

ଯୀଶୁ ପରମ ବୈଦ୍ୟ,

କରି କୃପା ନୟନ କର ମୋ ରୋଗ ସୁସ୍ଥ ହେ । ଘୋଷା । 

 

ମୁଁ ପାପ-ରୋଗେ ଅତି ପୀଡ଼ିତ,

ସର୍ବାଙ୍ଗଯାକ କ୍ଷତ ହେ,

ରୋଗେ କ୍ଷୀଣ ଦେହ ପ୍ରାଣ,

ବିଷରେ ପୂର୍ଣ୍ଣ ଆତ୍ମା ହେ । ୧ ।

ଢାଳ ମୋ ପରେ ତୁମ୍ଭ ରକ୍ତ,

କର ମୋ କ୍ଷତ ସୁସ୍ଥ ହେ,

ଏ ପାପ-ବିଷ କର ଧ୍ୱଂସ ଦେଇ ଧର୍ମାତ୍ମା ଦାନ ହେ । ୨ । 

 

ବିନାଶ କର ପାପାନ୍ଧାର ଦେଇ ସ୍ୱର୍ଗୀୟ ଦୀପ୍ତି ହେ,

ପାପ ଜ୍ୱାଳା କର ଦୂର ଦେଇ ଅକ୍ଷୟ ଶାନ୍ତି ହେ । ୩ । 

 

ହେ ଦୟାମୟ ପରମ ବୈଦ୍ୟ, କର ମୋ’ ପରେ ଦୃଷ୍ଟି ହେ,

ତୁମ୍ଭ ଚରଣ ତଳେ ପଡ଼ି କରେ ଏହି ବିନତି ହେ । ୪ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *