ଯୀଶୁ ଶରଣ ମୁଁ ଧରିବି, କେବେ ହେଁ ମୁଁ ନ ଛାଡ଼ିବି,
ଯେବେ ଶ୍ରୀକରୁଣା କରିବେ ସେ ଊଣା ମରିଲେ ପଛକେ ମରିବି । ଘୋଷା ।
ଯେତେ ରୂପେ ନିଜେ ଉପାୟ କରିଲି, ମନକୁ ସାଧି ନ ପାରିଲି,
ମନ୍ଦମତି ଦୁଃଖ ଦେଲା ନିତି ନିତି, ଆଉ ସହି ମୁଁ ନ ପାରିଲି । ୧ ।
ତୃଷାକୁ ଲବଣ ଅମ୍ବୁ ଯେଉଁମତେ, ପୂଣ୍ୟକର୍ମ ହେଲା ସେମତେ,
ଅଶାନ୍ତ ମନ ତ ଶାନ୍ତି ନ ପାଇଲା, କେତେ ନିତ୍ୟ ଦହି ହୋଇବି । ୨ ।
କୃତ ପାପ ଭାବି ଭୟ ନ କରିବି, ସ୍ୱ-ପୁଣ୍ୟ ଆଶା ନ ରଖିବି,
ତାଙ୍କୁ ମୋର ତ୍ରାଣ ମୋ ପୂଣ୍ୟନିଧାନ, ତାଙ୍କୁ ମୋର ସବୁ ମଣିବି । ୩ ।
ପାପୀ ଦୀନହୀନ ଆରତକୁ କର୍ଣ୍ଣ ଡେରିଛନ୍ତି ସେ ଅନୁକ୍ଷଣ,
ନମ୍ର ହୋଇ ତାଙ୍କ ପାଦେ ପଡ଼ି ମୁହିଁ ଦୁଃଖ ମୋର ସବୁ କହିବି ା ୪ ।
ଜାଣେ ମୁହିଁ ମହାପାପୀ, ପରିତ୍ରାଣ ତାଙ୍କ ମୁକୁଟର ଭୂଷଣ,
ନିଶ୍ଚେ ମୁଁ ତାଙ୍କରି ପାଦ ଅନୁସରି କେବେ ହେଁ ନିରାଶ ନୋହିବି । ୫ ।