jishu tobo srimohima prokaasho muhin

ଯୀଶୁ, ତବ ଶ୍ରୀମହିମା ପ୍ରକାଶ ମୁହିଁ

କରିବା ପାଇଁ

ଉଦ୍‌ଯୋଗୀ କରାଅ ତବ ଇଚ୍ଛାନୁଯାୟୀ । ଘୋଷା ।

ତୁମ୍ଭ ଅମୂଲ୍ୟ ରକ୍ତରେ            ମୁଁ ହୀନ କିଣା ହେବାରେ

ନିଜ ଦେହ ଆତ୍ମା ଆଉ ମୋର ନୁହଇ । ୧ ।

କର୍ମରେ କି ବଚନରେ,              ଯାହା ଯାହା ମୁହିଁ କରେ

କରିବି ଯେସନେ ତବ ମହିମା ପାଇଁ । ୨ ।

ଯେବେ କିଛି ସୁବିଷୟ            ମନରେ ହୁଏ ଉଦୟ

କରିବି ଯେସନେ ତବ ଶାସ୍ତ୍ରକୁ ଧ୍ୟାୟି । ୩ ।

ତବ ଶ୍ରୀଛାମୁ ମୋହର ଅଗ୍ରେ ନୋହିଲେ ବାହାର

ନ ଯିବି କୌଣସି ସ୍ଥାନେ ସାହସୀ ହୋଇ । ୪ ।

ମୋର ନିତ୍ୟ ପ୍ରାର୍ଥନାରେ ତୁମ୍ଭ ଇଚ୍ଛା ଲୋଡ଼ିବାରେ ଭୁଲି 

ଏକ କ୍ଷୁଦ୍ର କର୍ମେ ନ ଯିବି ଧାଇଁ । ୫ ।

ସୁଖରେ କିବା ଦୁଃଖରେ,           ଜୀବନେ ବା ମରଣରେ

ଥ ।ନ୍ତୁ ସଦା ଧର୍ମାତ୍ମା ମୋ ସହାୟ ହୋଇ । ୬ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *