jishu tumbhe sribodono kebe netre darshana

ଯୀଶୁ ତୁମ୍ଭେ ଶ୍ରୀବଦନ କେବେ ନେତ୍ରେ ଦର୍ଶନ ? ଘୋଷା ।

ଏ ଭୁବନେ ମୋ ନୟନ          କଲା ଯେତେ ବିଲୋକନ,

ସର୍ବ ଅସାର ସ୍ୱପନ,          ତହିଁ ନୋହିଲା ତୃପ୍ତ ମୋ ମନ । ୧ ।

ଦେଖି ତୁମ୍ଭ ଶ୍ରୀବଦନ ତୃପ୍ତ ହେବ ମୋର ମନ,

କି ଆନନ୍ଦ ହେବ ଜନ୍ମ,               ତାହା କେ କରିବ ନିବାରଣ      ା ୨ ।

ମୋର ପାଇଁ ଦେଲେ ପ୍ରାଣ,      କି ଦେବି ମୁଁ ପ୍ରତିଦାନ ?

ପାଇଲେ ଶ୍ରୀ ପାଦପଦ୍ମ          ତୋଷେ ଧରି କରିବି ଚୁମ୍ବନ     ା ୩ ।

ହେବ ମୋ ଚିତ୍ତେ ଉଲ୍ଲାସ,        ଦୂରେ ଯିବ ଦୁଃଖ କ୍ଳେଶ,

ହେବ ପୂର୍ଣ୍ଣ ମୋ ମାନସ         ଦେଖି ତୁମ୍ଭ ଗୌରବ ଆନନ     ା ୪ ।

ରହି ସଙ୍ଗେ ଅନୁକ୍ଷଣ ଭୋଗି ଅନନ୍ତ ଜୀବନ,

ତୁମ୍ଭ ପ୍ରଶଂସା କୀର୍ତ୍ତନ ନିରନ୍ତର କରିବି ଗାୟନ

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *